Odisha Link
Bridging the Missing Links in Odisha

ଆକ୍ରମଣର ଶିକାର ହେଲେ ମହିଳା ଆରଆଇ

ଅନନ୍ତପୁର ଛକରେ ଯାଞ୍ଚ ବେଳେ ପଥର ବୋଝେଇ ଟ୍ରାକ୍ଟର ଚମ୍ପଟ ମାରିଥିଲା

ଓଏଲ୍‌ ବ୍ୟୁରୋ : ପିପିଲି ଅନନ୍ତପୁର ଠାରେ ଘଟିଥିବା ଆକ୍ରମଣାତ୍ମକ ଘଟଣା ସାମ୍ନାକୁ ଆସିଛି। ମାଙ୍କଡା ପଥର ଗାଡ଼ିକୁ ପିଛା କରିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ଆରଆଇ। ତେବେ ଆକ୍ରମଣ ଶିକାର ହୋଇଥିବା ମହିଳା ଜଣକ ଶିଉଳା ସର୍କଲ ଆରଆଇ ଭାବେ କାର୍ଯ୍ୟରତ ଅଭିଲିପ୍ସା ପାଣ୍ଡେ।

ସୂଚନା ଅନୁସାରେ, ଅନନ୍ତପୁର ଛକରେ ଯାଞ୍ଚ ବେଳେ ପଥର ବୋଝେଇ ଟ୍ରାକ୍ଟର ଚମ୍ପଟ ମାରିଥିଲା। ଟ୍ରାକ୍ଟରକୁ ପିଛା କଲାବେଳେ ଚଳନ୍ତା ଟ୍ରାକ୍ଟର ଛାଡି ଚମ୍ପଟ ମାରିଥିଲା ଡ୍ରାଇଭର। ଟ୍ରାକ୍ଟର ଛାଡି ଡ୍ରାଇଭର ଫେରାର ହୋଇଯିବାରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ମନ୍ଦିର ପାଚେରିରେ ମାଡ଼ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ଉତକ୍ଷିପ୍ତ ଗାଁଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.