Odisha Link
Bridging the Missing Links in Odisha

ଆମ୍ବୁଲାନ୍ସରୁ ମିଳିଲା ଗଞ୍ଜେଇ

ଗାଡିକୁ ଅଟକାଇଲା ପରେ ଡ୍ରାଇଭରକୁ ଗିରଫ କରିଛନ୍ତି ଅବକାରୀ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ସୋନପୁର ଜିଲ୍ଲାର କୁଞ୍ଜ ଛକରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ଭିତରୁ ମିଳିଲା ଗଞ୍ଜେଇ। ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ। ହଠାତ୍‌ ଆମ୍ବୁଲାନ୍ସକୁ ଅଟକାଇଲା ଅବକାରୀ ବିଭାଗ ଗାଡ଼ି। ଆମ୍ବୁଲାନ୍ସ ଭିତରୁ କୌଣସି ରୋଗୀ ନୁହେଁ ବାହାରିଥିଲା ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଛତିଶଗଡକୁ ଚାଲାକର ସହିତ ଏକ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଞ୍ଜେଇ। ଏନେଇ ସୋନପୁର ଅବକାରୀ ବିଭାଗକୁ ଖବର ମିଳିବା ପରେ ଆମ୍ବୁଲାନ୍ସକୁ ପିଛା କରି କାବୁ କରିଥିଲା ପୁଲିସ। ଗାଡିକୁ ଅଟକାଇଲା ପରେ ଡ୍ରାଇଭରକୁ ଗିରଫ କରିଛନ୍ତି ଅବକାରୀ କର୍ମଚାରୀ। ଗାଡ଼ିରୁ ଗଞ୍ଜେଇ ଜବତ କରିବା ସହ ତଦନ୍ତ ଜାରି କରିଛି ପୁଲିସ।

Leave A Reply

Your email address will not be published.