Odisha Link
Bridging the Missing Links in Odisha

‘କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ ହେଲା ଭଳି ନେତା ନାହାନ୍ତି’

ଜାନକୀ, ବସନ୍ତ, ହେମାନନ୍ଦଙ୍କ ପରେ କଂଗ୍ରେସରେ ଆଉ ଚେହେରା ନାହାନ୍ତି ବୋଲି ସେ କହିଛନ୍ତି

ଓଏଲ୍‌ ବ୍ୟୁରୋ : ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେଠୁ ଆରମ୍ଭ ହେଲାଣି। କେଉଁ ଦଳରୁ କିଏ ନେତା ହେବେ ଏବଂ କେଉଁ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ରାଜିନୀତିରେ ସରଗରମ ଦେଖାଦେଲାଣି। ତେବେ କଂଗ୍ରେସ ନେତୃତ୍ୱକୁ ନେଇ ନିଜର ମତ ବ୍ୟକ୍ତ କଲେ ମହମ୍ମଦ ମୋକିମ।

କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ ହେଲା ଭଳି ନେତା ନାହାନ୍ତି କହିଲେ ମହମ୍ମଦ ମୋକିମ। ଜାନକୀ, ବସନ୍ତ, ହେମାନନ୍ଦଙ୍କ ପରେ କଂଗ୍ରେସରେ ଆଉ ଚେହେରା ନାହାନ୍ତି ବୋଲି ସେ କହିଛନ୍ତି। ଏଭଳି ନେତୃତ୍ୱ ନଥିବା ଯୋଗୁ ଦଳ ସୁପ୍ତ ଅବସ୍ଥାକୁ ଚାଲିଗଲାଣି ବୋଲି କହିଲେ ମହମ୍ମଦ ମୋକିମ। ତେବେ ମହମ୍ମଦ ମୋକିମ ଏଭଳି କହିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ଜଣା ପଡିଛି।

Leave A Reply

Your email address will not be published.