Odisha Link
Bridging the Missing Links in Odisha

ଏସିଡ୍ ପକାଇ ସ୍ତ୍ରୀକୁ ହତ୍ୟା ଘଟଣା : ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଏହି ଘଟଣା ଗତ ଫେବ୍ରୁଆରୀ ୨୦ରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଘଟିଥିଲା।

ଓଏଲ୍‌ ବ୍ୟୁରୋ : ବାଲେଶ୍ୱରରେ ଫେବ୍ରୁଆରୀ ୨୦ରେ ଘଟିଥିବା ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଥିଲା। ଘରେ ପଶି ଏସିଡ୍ ପକାଇ ସ୍ତ୍ରୀକୁ ହତ୍ୟା କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣା ପଡିଛି। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣାକୁ ରାଜ୍ୟ ବାହାରୁ ପୁଲିସ ଗିରଫ କରିଛି।

ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ସହ ଏସିଡ୍ ବିକିଥିବା ଦୋକାନୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ଏସିଡ୍ ମାଡ଼ ଘଟଣାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ତେବେ ଏହି ଘଟଣା ଗତ ଫେବ୍ରୁଆରୀ ୨୦ରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଘଟିଥିଲା। ସ୍ତ୍ରୀ, ଦେଢ଼ଶାଶୁ ସହ ୪ ଜଣଙ୍କ ଉପରେ ଏସିଡ୍ ପକାଇଥିଲା ଅଭିଯୁକ୍ତ ଚନ୍ଦନ। ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି।

Leave A Reply

Your email address will not be published.