Odisha Link
Bridging the Missing Links in Odisha

‘ନବ ଦାସଙ୍କ ହତ୍ୟା ପଛରେ ବହୁତ ବଡ଼ ଷଡଯନ୍ତ୍ର ରହିଛି’

ସରକାର ଗୋପାଳକୁ ପାଗଳ ଦର୍ଶାଇବାକୁ ଚାହୁଁଥିଲା କିନ୍ତୁ ଏହା ହୋଇପାରିଲାନାହିଁ

ଓଏଲ୍‌ ବ୍ୟୁରୋ : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪୦ ଦିନ ପୁରି ସାରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଦିନ କାଟୁଛି। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର ପ୍ରକୃତ କାରଣ କ’ଣ ତାହା ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପତ୍ତା ପାଇପାରୁ ନାହିଁ।

ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ନେଇ ଚର୍ଚ୍ଚା ହେଉଥିବାବେଳେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ପୁଣି ଥରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବ ଦାସଙ୍କ ହତ୍ୟାକୁ ନେଇ ନୂତନ ଷ୍ଟୋରି ସୃଷ୍ଟି ହେଲାଣି। ତଦନ୍ତ ବେଳେ ଗୋପାଳ ଠାରୁ ଡାଏରୀ ମିଳିଥିଲା ପୁଲିସ କହିଥିଲା। ଡାଏରୀ ଥିଓରୀ ସନ୍ଦେହକୁ ଅଧିକ ଘନୀଭୂତ କରୁଛି। ଗୋପାଳ ଏତେବଡ ଲୋକ ନୁହେଁ ଯେ ଡାଏରୀ ଲେଖିବ। ଗୋପାଳ ଜରିଆରେ ଡାଏରୀ ଲେଖି ଚପେଇବାକୁ ଉଦ୍ୟମ ଜାରି ରହିଛି।

ନବ ଚରିତ୍ର ଏବଂ ଗୋପାଳର ରାଗ ଉପରେ ଲେଖାଇବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁତ ବଡ ଷଡଯନ୍ତ୍ର ରହିଛି। ସରକାର ଗୋପାଳକୁ ପାଗଳ ଦର୍ଶାଇବାକୁ ଚାହୁଁଥିଲା କିନ୍ତୁ ଏହା ହୋଇପାରିଲାନାହିଁ। କୋର୍ଟ ଓ ଡାକ୍ତରୀ ଟିମ୍ କହିଦେଲେ ଗୋପାଳ ପାଗଳ ନୁହେଁ। ତେବେ ପୁଣି କ୍ରାଇମବ୍ରାଞ୍ଚ କାହିଁକି ଗୋପାଳକୁ ବେଙ୍ଗାଲୁରୁ ନେବାକୁ ଚାହୁଁଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଜୟନାରାୟଣ ମିଶ୍ର। ମିଳିଥିବା ଡାଏରୀ ନିଜେ ଲେଖାଇ ନିଜ କାହାଣୀ ପ୍ରମାଣିତ କରିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ନବ ଦାସଙ୍କ ହତ୍ୟା ଘଟଣାର ରହସ୍ୟ ଆହୁରି କଠିନ ହେଉଥିବା ସେ କହିଛନ୍ତି।

Leave A Reply

Your email address will not be published.