Odisha Link
Bridging the Missing Links in Odisha

ସୋଆ କୃଷି ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ ମହୋତ୍ସବ “ଅନ୍ନ” ଅନୁଷ୍ଠିତ

ଭୁବନେଶ୍ୱର: ସୋଆ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଅଫ୍‌ ଏଗ୍ରିକଲଚରାଲ ସାଇନ୍‌ସେସ୍‌ (ଆଇଏଏସ୍‌)ର ବାର୍ଷିକ ମହୋତ୍ସବ ‘ଅନ୍ନ’ ମାର୍ଚ୍ଚ ୯ ଓ ୧୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉତ୍ସବର ସଫଳତା କାମନା କରିବା ସହ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କୃଷକ – ବୈଜ୍ଞାନିକ ଆଲୋଚନାକୁ ସମ୍ବୋଧିତ କରିଥିଲେ।

ଏହି ଆଲୋଚନାରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚକ୍ରଧର ପଣ୍ଡା ଯୋଗ ଦେଇ କୃଷକମାନଙ୍କୁ ଜ୍ଞାନ ହିଁ ବିଜ୍ଞାନର ଆଧାର ବୋଲି କହିଥିଲେ। କୃଷି ମହାବିଦ୍ୟାଳୟର ଡିନ୍‌ ତଥା ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏହି ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ କୀଟତତ୍ୱବିତ୍‌ ପ୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ କୃଷକ ଯୋଗ ଦେଇଥିଲେ।

ସେହିପରି ଦ୍ୱିତୀୟ ଦିନ ଏହି ଉତ୍ସବକୁ ଉଦ୍‌ଘାଟନ କରି ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ଅନ୍ନ ହିଁ ଗୋଟିଏ ଜାତି ଓ ସଭ୍ୟତାର ଭିତିଭୂମି ବୋଲି କହିଥିଲେ। ସୋଆ ଦ୍ୱାରା ୨୦୧୩ ମସିହାରେ ସ୍ଥାପିତ କୃଷି ମହାବିଦ୍ୟାଳୟ ୧୦ ବର୍ଷ ମଧ୍ୟରେ ଅନେକ ଅଗ୍ରଗତି କରିଛି ବୋଲି କହି ଛାତ୍ରଛାତ୍ରୀମାନେ ଏଠାରୁ ଉତୀର୍ଣ୍ଣ ହେବା ପରେ ଉତମ କର୍ମସଂସ୍ଥାନ ପାଇ ପାରୁଛନ୍ତି ବୋଲି ପ୍ରଫେସର ରାୟ ଉଲ୍ଲେଖ କରିଥିଲେ।

ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ବେଳେ ୧୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇଥିବା ବେଳେ ଆଜି ଛାତ୍ରଛାତ୍ରୀ ସଂଖ୍ୟା ୧୪୦୦ରୁ ଅଧିକ ବୋଲି ସେ କହିଥିଲେ। ଉଦ୍‌ଘାଟନ ଉତ୍ସବରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ,ଉପକୁଳପତି ତଥା ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ସୋଆର ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଂଜନ ଦାସ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ।

କୃଷି ମହାବିଦ୍ୟାଳୟର ସହକାରୀ ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ “ଅନ୍ନ”ର ବାର୍ଷିକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ର୍ରୀ କୁମାରୀ ବନିତା ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବାରୁ ତାଙ୍କୁ କୁଳାଧିପତି ଏହି ଉତ୍ସବରେ ସମ୍ମାନିତ କରିଥିଲେ। ଏହାଛଡା କୁମାରୀ ଯୋଗଜନ୍ମା ସାହୁ ଗତ ଶିକ୍ଷା ବର୍ଷରେ ଅନୁଷ୍ଠାନର ଶ୍ରେଷ୍ଠ ଗ୍ରାଜୁଏଟ୍‌ ହୋଇଥିବାରୁ ତାଙ୍କ ଅନୁପସ୍ଥିତିରେ ତାଙ୍କର ପିତାମାତାଙ୍କୁ ସମ୍ମାନିତ କରାଯାଇଥିଲା।

ଉଭୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଓଡିଆ ସିନେମା ଜଗତର ଖ୍ୟାତନାମା ଗାୟକ କୁଳଦୀପ ପଟ୍ଟନାୟକ, ସନ୍ନତ ଓ ଡିଜେ ଏଜେକ୍ସଙ୍କ ଦ୍ୱାରା ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡ. ଭୁବନା ନନ୍ଦ ଅଧିକାରୀ ଓ ଡ. ଚକ୍ରଧର ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଡ. ଅଂଶୁମାନ ଜେନା, ଲୋପାମୁଦ୍ରା ମହାନ୍ତି ଓ ମାନସ ଦାସ ଉତ୍ସବ ପରିଚାଳନା କରିଥିଲେ।

Leave A Reply

Your email address will not be published.