Odisha Link
Bridging the Missing Links in Odisha

ହକି ଷ୍ଟାଡିୟମ ପାଇଁ ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୩୬ କୋଟିରୁ ଅଧିକ

ମୋଟ ଖର୍ଚ୍ଚରୁ ସର୍ବାଧିକ ୧୩୬ କୋଟି ୮୨ ଲକ୍ଷ ଖଣିଜ ପାଣ୍ଠିରୁ ଯାଇଛି।

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ ସହ ବିରୋଧୀ ଦଳର ଚାଲିଛି ମୁହାଁମୁହିଁ। ତେବେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ। ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ସୂଚନା ଦେଇଛନ୍ତି। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଖଣିଜ ପାଣ୍ଠିରୁ ଖର୍ଚ କରାଯାଇଛି। ଡିଏମଏଫ ପାଣ୍ଠିରୁ ୧୩୬ କୋଟି ୮୨ ଲକ୍ଷ ଖର୍ଚ୍ଚ ହୋଇଥିବା ମାନିଲେ ସରକାର।

ଖବର ଅନୁସାରେ, ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଖର୍ଚ୍ଚ ହୋଇଛି ମୋଟ ୨୬୧ କୋଟି ୭୬ ଲକ୍ଷ ଟଙ୍କା। ମୋଟ ଖର୍ଚ୍ଚରୁ ସର୍ବାଧିକ ୧୩୬ କୋଟି ୮୨ ଲକ୍ଷ ଖଣିଜ ପାଣ୍ଠିରୁ ଯାଇଛି। ବାକି ୧୨୪ କୋଟି ୯୪ ଲକ୍ଷ ରାଜ୍ୟ ବଜେଟରୁ ଯାଇଥିବା କହିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା। ହକି ପାଇଁ ଅତିଥି ଚୟନରେ କିଛି ମାପଦଣ୍ଡ ନଥିବା କହିଲେ ମନ୍ତ୍ରୀ।

Leave A Reply

Your email address will not be published.