Odisha Link
Bridging the Missing Links in Odisha

ଦିଲ୍ଳୀ କ୍ୟାପିଟାଲ୍ସ : ଡେଭିଡ ଓ୍ବାର୍ଣ୍ଣର ଓ ଅକ୍ଷର ପଟେଲଙ୍କୁ ଗୁରୁଦାୟିତ୍ବ

ଆହତ ଋଷଭ ପନ୍ତ ଚଳିତଥର ଆଇପିଏଲରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଡେଭିଡ ଓ୍ବାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ମ୍ୟାନେଜମେଣ୍ଟ।

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୬ ତମ ସଂସ୍କରଣ। ଏଥିପାଇଁ ସମସ୍ତ ୧୦ଟି ଦଳ ଆରମ୍ଭ କରିସାରିଲେଣି ପ୍ରସ୍ତୁତି। ଏସବୁ ମଧ୍ୟରେ ଦିଲ୍ଳୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ବଡ଼ ଘୋଷଣା କରିଛି। ଆହତ ଋଷଭ ପନ୍ତ ଚଳିତଥର ଆଇପିଏଲରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଡେଭିଡ ଓ୍ବାର୍ଣ୍ଣରଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି ମ୍ୟାନେଜମେଣ୍ଟ। ସେହିପରି ଟିମ୍‌ ଇଣ୍ଡିଆର ଯୁବ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି।

ୱାର୍ନର ପୂର୍ବରୁ ୨୦୦୯ ଏବଂ ୨୦୧୩ ମଧ୍ୟରେ ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ହୋଇଥିଲେ। ଏହାପରେ ସେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ୱ କରିଛନ୍ତି। ସେ ୨୦୧୬ରେ ଦଳକୁ ଚାମ୍ପିଅନ କରାଇଥିଲେ। ସେ ୨୦୨୨ରେ ଦିଲ୍ଲୀ ଦଳରେ ଯୋଗ ଦେଇଥିଲେ। ତାଙ୍କୁ ୬.୨୫ କୋଟି ଟଙ୍କାରେ ଦିଲ୍ଲୀ ଫ୍ରାଞ୍ଚାଇଜ କିଣିଥିଲା। ଏହା ପରେ ଗତ ସିଜିନ୍‌ରେ ୱାର୍ନରଙ୍କର ବହୁତ ଭଲ ପ୍ରଦର୍ଶନ ଥିଲା। ସେ ୧୨ଟି ମ୍ୟାଚରେ ହାରାହାରି ୪୮ରେ ୪୩୨ ରନ ସ୍କୋର କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ହାର ୧୫୦.୫୨ ଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୧ ତାରିଖରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ ସହିତ ଖେଳିବ। ବର୍ତ୍ତମାନ ସମୟରେ ଡେଭିଡ ଓ୍ବାର୍ଣ୍ଣର ଭାରତ ଗସ୍ତରେ ଅଛନ୍ତି। ନିକଟରେ ଶେଷ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବଡ଼ ସ୍କୋାର କରିବାରେ ବିଫଳ ହୋଇଥିଲେ ଡେଭିଓ ଓ୍ବାର୍ଣ୍ଣର। ଏହାପରେ ଆହତ କାରଣରୁ ଶେଷ ଦୁଇଟି ମ୍ୟାଚ ଖେଳି ନଥିଲେ ଓ୍ବାର୍ଣ୍ଣର। ତଥାପି ତାଙ୍କ ଉପରେ ଦିଲ୍ଲୀ ମ୍ୟାନେଜମେଣ୍ଟ ଗୁରୁଦାୟିତ୍ବ ଦେଇଛି।

Leave A Reply

Your email address will not be published.