Odisha Link
Bridging the Missing Links in Odisha

ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିପକ୍ଷ ଦଳ

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ରଖିଥିଲେ। ହେଲେ ଏହି ୧୪ ଦଳରେ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ସାମିଲ ହୋଇ ନାହିଁ।

ବିଗତ କିଛି ଦିନ ହେବ ବିରୋଧୀ ଦଳ ଗୁଡ଼ିକ ବାରମ୍ବାର ଅଭିଯୋଗ କରି ଆସସୁଛନ୍ତି ଯେ, କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର । ଏହି ପ୍ରସଙ୍ଗରେ ଦେଶର ୧୪ଟି ବିରୋଧୀ ଦଳ ଏକାଠି ହୋଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତା ଏପ୍ରିଲରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ। ତେବେ ଏହି ୧୪ ଦଳରେ ଓଡ଼ିଶାର ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ସାମିଲ ହୋଇ ନାହିଁ।

ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ରଖିଥିଲେ। ବିରୋଧି ଦଳ ଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଆମେ କୌଣସି ବିଚାରାଧୀନ ମାମଲାରେ ହସ୍ତକ୍ଷେପ ଚାହୁଁ ନାହୁଁ, କିନ୍ତୁ ଗିରଫ ଏବଂ ଜାମିନ ପାଇଁ କୋର୍ଟ ନିର୍ଦ୍ଦେଶାବଳୀ ସ୍ଥିର କରିବା ଉଚିତ। ବିରୋଧୀ ଦଳର ନେତାଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଭଳି ଏଜେନ୍ସି କେବଳ ବିଜେପିର ବିରୋଧୀଙ୍କୁ ଟାର୍ଗେଟ କରୁଛି। ଯଦି କୌଣସି ନେତା ବିଜେପିରେ ମିଶନ୍ତି ତେବେ ସେମାନଙ୍କ ବିରୋଧରେ ମାମଲା ଛାଡି ଦିଆଯାଏ କିମ୍ବା ରଦ୍ଦ କରିଦିଆ ଯାଏ।

ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଥିବା ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଜନତା ଦଳ-ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି(ବିଆରଏସ), ରାଷ୍ଟ୍ରିୟ ଜନତା ଦଳ(ଆରଜେଡି), ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ ଠାକୁରଙ୍କ ଦଳ), ଜାତୀୟ କନଫରେନ୍ସ, ବାମପନ୍ଥୀ ଏବଂ ଡିଏମକେ ଭଳି ଦଳ ଅଛନ୍ତି । ତେବେ ଏଥିରେ ବିଜେଡି ସାମିଲ ହୋଇ ନାହିଁ।

Leave A Reply

Your email address will not be published.