ଆଜି ଜେଲରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ
ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲ ଜେଲରୁ ମୁକୁଳିବେ।
ଓଏଲ୍ ବ୍ୟୁରୋ: ଆଜି ପଟିଆଲା ଜେଲରୁ ମୁକୁଳିବେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇ ଜେଲରେ ଥିଲେ। କୋର୍ଟ ତାଙ୍କୁ ବର୍ଷକ ପାଇଁ ଜେଲଦଣ୍ଡ ଦେଇଥିବା ବେଳେ ଆଜି ସେ ଖଲାସ ହେବାକୁ ଯାଉଛନ୍ତି। ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ଏପରି ଟ୍ୱିଟ କରାଯାଇଛି।
ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ଓକିଲ ଏଚପିଏସ୍ ବର୍ମା ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ସିଦ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରୁ ହୋଇଥିବା ଟ୍ୱିଟରେ କୁହାଯାଇଛି ଯେ ଆପଣମାନଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ ସର୍ଦ୍ଦାର ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ପଟିଆଲ ଜେଲରୁ ମୁକୁଳିବେ।
ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ଓକିଲ ବର୍ମା କହିଛନ୍ତି, ପଞ୍ଜାବ ଜେଲ ନିୟମରେ ଭଲ ବ୍ୟବହାର କରୁଥିବା କଏଦୀଙ୍କୁ ସାଧାରଣ କ୍ଷମା ମିଳିବାର ପ୍ରାବଧାନ ରହିଛି। ଏହି ଆଧାରରରେ ସିଦ୍ଧୁ ଆଜି ଜେଲରୁ ମୁକୁଳିବେ।
ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ଦଣ୍ଡ ହୋଇଥିଲା। ତେବେ ମୁକୁଳିବା ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି ପତ୍ନୀ ନବଜୋତ କୌର। ନବଜୋତ ସିଂ ସିଦ୍ଧୁଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ଜଣା ପଡିଛି।