Odisha Link
Bridging the Missing Links in Odisha

ମମିତା ମେହେର ମୃତ୍ୟୁ ଘଟଣା: ପରିବାର ଲୋକଙ୍କୁ ମିଳିବ ୧୦ ଲକ୍ଷର ସହାୟତା ରାଶି

ମମିତାଙ୍କ ମୃତ୍ୟୁ ପରେ ସହାୟତା ପାଇବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ।

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲାରେ ମମିତାଙ୍କ ପରିବାର ଲୋକ ପାଇବେ ୧୦ ଲକ୍ଷର ସହାୟତା ରାଶି। ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ନିଷ୍ପତ୍ତି ନେଇଥିବା ଜଣା ପଡିଛି। ମମିତାଙ୍କ ମୃତ୍ୟୁ ପରେ ସହାୟତା ପାଇବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ। ମମିତା ମେହେର ମୃତ୍ୟୁ ମାମଲାରେ ସହାୟତ ରାଶି ମିଳିବ ବୋଲି ଜଣା ପଡିଛି।

ଖବର ଅନୁସାରେ, ମମିତା ମେହେର ମୃତ୍ୟୁ ଘଟଣାର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପରେ ତାଙ୍କୁ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ଅଭିଯୁକ୍ତ ଗୋବିନ୍ଦକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଅଭିଯୁକ୍ତ ଗୋବିନ୍ଦ।

ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ପଡିଆରେ ଗାତ କରି ପୋଡିବା ସହ ପୋତି ଦେଇଥିଲେ ଗୋବିନ୍ଦ। ଘଟଣାର ଶୁଣାଣି ପାଇଁ ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ। କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଥିଲେ।

Leave A Reply

Your email address will not be published.