Odisha Link
Bridging the Missing Links in Odisha

ହଟିଲା ନବୀନଙ୍କ ଟ୍ବିଟରର ବ୍ଲୁ ଟିକ୍; ବିଜେଡି-ବିଜେପି ଓ କ୍ରଂଗେସର ବି ନାହିଁ

ବିଜୁ ଜନତା ଦଳର ଟ୍ୱିଟରର ବ୍ଲୁ-ଟିକ୍, ଭାରତୀୟ ଜନତା ପାର୍ଟି ଓଡ଼ିଶା, ଓଡ଼ିଶା କଂଗ୍ରେସର ଟ୍ୱିଟରର ବ୍ଲୁ-ଟିକ୍ ମାର୍କ ହଟିଯାଇଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ: ଅନେକ ଟ୍ୱିଟରର ୟୁଜର୍ସଙ୍କ ବ୍ଲୁ-ଟିକ୍ ହଟିଛି। ଟଙ୍କା ପୈଠ କରାଯାଇନଥିବାରୁ ରାତି ୧୨ଟାରୁ ଅନେକ ୟୁଜର୍ସଙ୍କ ଟ୍ୱିଟରର ବ୍ଲୁ-ଟିକ୍ ହଟାଇ ଦିଆଯାଇଛି। ଅନେକ ସେଲିବ୍ରିଟିଙ୍କ ଟ୍ୱିଟରର ବ୍ଲୁ-ଟିକ୍ ମାର୍କ ହଟିଯାଇଥିବାବେଳେ ସେଥିରୁ ବାଦ ପଡ଼ିନାହାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଟ୍ୱିଟରର ବ୍ଲୁ-ଟିକ୍ ମାର୍କ ହଟିଥିବାବେଳେ ଅନେକ ରାଜ୍ୟ ରାଜନେତାଙ୍କ ଟ୍ୱିଟରର ବ୍ଲୁ-ଟିକ୍ ମାର୍କ ହଟିଯାଇଛି। ସେହି ଧାରାରେ ବିଜୁ ଜନତା ଦଳର ଟ୍ୱିଟରର ବ୍ଲୁ-ଟିକ୍, ଭାରତୀୟ ଜନତା ପାର୍ଟି ଓଡ଼ିଶା, ଓଡ଼ିଶା କଂଗ୍ରେସର ଟ୍ୱିଟରର ବ୍ଲୁ-ଟିକ୍ ମାର୍କ ହଟିଯାଇଥିବା ଜଣା ପଡିଛି।

ସୂଚନା ଅନୁସାରେ, ଭାରତରେ ମାଇକ୍ରୋ ବ୍ଲଗିଂ ଫ୍ଲାଟଫର୍ମ ଟ୍ୱିଟର ତା’ର ବ୍ଲୁ ଟିକ୍ ପାଇଁ ସବ୍‌ସ୍କ୍ରିପସନ ସେବା ଆରମ୍ଭ କରିଦେଇଛି। ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ। ତେବେ ଏହି ନିୟମ ମୁତାବକ ଅନେକ ୟୁଜର୍ସଙ୍କ ଟ୍ୱିଟରର ବ୍ଲୁ-ଟିକ୍ ନଥିବା ଜଣା ପଡିଛି। ଅନେକ ସେଲିବ୍ରିଟିଙ୍କ ଟ୍ୱିଟରର ବ୍ଲୁ-ଟିକ୍ ମାର୍କ ହଟିଯାଇଛି। ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍‌ ଓ ମମତା ବାନାର୍ଜୀ, କ୍ରିକେଟ୍‌ର୍‌ ବିରାଟ ‌କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍‌ ଆକାଉଣ୍ଟ୍‌ରୁ ‘ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହରାଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.