ଖୋଲା ରହିବ ଅଙ୍ଗନବାଡ଼ି କେନ୍ଦ୍ର
ଅଙ୍ଗନବାଡି କେନ୍ଦ୍ର ସଂଶୋଧିତ ସମୟ ସୀମା ଅନୁସାରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି।

ଓଏଲ୍ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ କି ନାହିଁ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଛୁଟିଦିନ ବ୍ୟତୀତ ଅନ୍ୟ ଦିନରେ ଖୋଲା ରହିବ ଅଙ୍ଗନବାଡ଼ି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଥଲେ ସରକାର। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନେବେ ନିଷ୍ପତ୍ତି।
ସ୍କୁଲ ଖରାଛୁଟି ଘୋଷଣା ପରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ କିଛିଟା ଦ୍ବନ୍ଦ ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା। ଅଙ୍ଗନବାଡି କେନ୍ଦ୍ର ସଂଶୋଧିତ ସମୟ ସୀମା ଅନୁସାରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସମୟରେ ପରିବର୍ତ୍ତନ କରିପାରିବେ ବୋଲି ସୂଚନା ରହିଛି।