Odisha Link
Bridging the Missing Links in Odisha

ସ୍ୱାଭାବିକ ହେଉଛି ସମ୍ବଲପୁର ସ୍ଥିତି, ଦୁଇ ଥାନା ଅଞ୍ଚଳରୁ ହଟିବ କର୍ଫ୍ୟୁ

ଆଜି ଟାଉନ ଥାନା, ଧନୁପାଲି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯିବ ବୋଲି କହିଛନ୍ତି ଏସପି ବି. ଗଙ୍ଗାଧର

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ପୁଣି କୋହଳ ହେଲା କର୍ଫ୍ୟୁ। ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ଆଜି ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯିବ। ପ୍ରେସମିଟରେ ସମ୍ବଲପୁର ଏସପି ବି. ଗଙ୍ଗାଧରଙ୍କ ସୂଚନା ଦେଇଛନ୍ତି। ଆଜି ଟାଉନ ଥାନା, ଧନୁପାଲି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯିବ ବୋଲି କହିଛନ୍ତି ଏସପି ବି. ଗଙ୍ଗାଧର। ଘୃଣା, ବିଦ୍ୱେଷ ସୃଷ୍ଟିକାରୀ ମେସେଜ ସେୟାର ନକରିବାକୁ ଏସପି କହିଛନ୍ତି।

ଅନ୍ୟପକ୍ଷେ, ସମ୍ବଲପୁର ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଗତ କିଛି ଦିନ ହେବ ଇଣ୍ଟରନେଟ ସେବାରୁ ବଂଚିତ ଥିଲେ ସମ୍ବଲପୁର ବାସିନ୍ଦା। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣା କରାଯାଇଥିଲା। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଜି ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯିବ ବୋଲି ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।

Leave A Reply

Your email address will not be published.