Odisha Link
Bridging the Missing Links in Odisha

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ମେ’ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି

ଚିନ୍ମୟୀ ସାହୁଙ୍କ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା।

ଓଏଲ୍‌ ବ୍ୟୁରୋ: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ। ମେ’ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ତେବେ ଏନେଇ ହାଇକୋର୍ଟରେ କେଶ ଦାଏର ହୋଇଥିଲା। ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’୧୭ରେ କରାଯିବ।

ଖବର ଅନୁସାରେ, ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁର ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ରହିଥିଲା। ରିପୋର୍ଟ ଅନୁସାରେ ମୃତ୍ୟୁ ପୂର୍ବରୁ ସେ ଆଲକହଲ ସେବନ କରିଥିବା ସ୍ପଷ୍ଟ ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ। ଚିନ୍ମୟୀ ସାହୁଙ୍କ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା, ନା କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ, ତଦନ୍ତ ଚାଲିଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ।

Leave A Reply

Your email address will not be published.