Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟରେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ

ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅଦାଲତି ଝଟକା। ଆସନ୍ତା ୮ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ନିଜ ଓକିଲ ଜରିଆରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳି ଆବେଦନ କରିଥିଲେ, ଯାହାକୁ ଖାରଜ କରିଛନ୍ତି କୋର୍ଟ। ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି ବେହେରା ଗତ ୨୪ରେ କୋର୍ଟରେ ହାଜର ହୋଇନଥିବା ଜଣା ପଡିଥିଲା। ପୂର୍ବରୁ କୋର୍ଟରୁ ସମୟ ମାଗିଥିଲେ ଶ୍ରଦ୍ଧାଞ୍ଜଳି। କୋର୍ଟରୁ ସମୟ ମାଗିବା ସତ୍ତ୍ୱେ ଶ୍ରଦ୍ଧାଞ୍ଜଳି ହାଜର ହୋଇନଥିଲେ।

ଖବର ଅନୁସାରେ, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ। ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣା ପଡିଥିଲା। ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା।

ଅର୍ଚ୍ଚନା ନାଗଙ୍କୁ ମଧ୍ୟ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି।

Leave A Reply

Your email address will not be published.