Odisha Link
Bridging the Missing Links in Odisha

ସମ୍ବଲପୁରରେ ସାଂସଦଙ୍କୁ ଅଟକ ରଖିବା ଘଟଣା: ସ୍ବାଧିକାର ଭଙ୍ଗ ନୋଟିସ ଦେଲା ବିଜେପି

୩ ସାଂସଦଙ୍କ ନୋଟିସ ଅନୁସାରେ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର।

ଓଏଲ୍‌ ବ୍ୟୁରୋ: ସମ୍ବଲପୁର-ଝାରସୁଗୁଡ଼ି ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ଭାରତୀୟ ଜନତା ପାର୍ଟି (ଭାଜପା) ଟିମକୁ ଅଟକ ରଖିଥିଲା ପୁଲିସ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଲୋକସଭା ବାଚସ୍ପତିଙ୍କ ନିକଟରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ। ସମ୍ବଲପୁର ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛି ବିଜେପି। ସ୍ବାଧିକାର ଭଙ୍ଗ ନୋଟିସ ଆଣିଲେ ରାଜ୍ୟ ବିଜେପିର ୩ ସାଂସଦ। ବିଜେପି ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ ଓ ବସନ୍ତ ପଣ୍ଡା। ବେଆଇନ ଅଟକ ଓ ଲୋକଙ୍କୁ ଭେଟିବାକୁ ଛଡ଼ାନଯିବାରୁ ନୋଟିସ ଆଣିଲେ। ୩ ସାଂସଦଙ୍କ ନୋଟିସ ଅନୁସାରେ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର। ୧୫ ଦିନରେ ରିପୋର୍ଟ ଦେବାକୁ ସାଧାରଣ ଅଭିଯୋଗ ମନ୍ତ୍ରାଳୟର ନିର୍ଦ୍ଦେଶ। ରିପୋର୍ଟ ତଲବ ନେଇ ପ୍ରେସମିଟରେ ସାଂସଦ ସୁରେଶ ପୂଜାରୀଙ୍କ ସୂଚନା।

ଖବର ଅନୁସାରେ, ସମ୍ବଲପୁର ଦଙ୍ଗାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଥିବାବେଳେ ଭାଜପା ନେତାଙ୍କୁ ପ୍ରଥମେ ରୋକିବା ସହ ଅଟକ ରଖିଥିଲା ଠେଲକୋଲି ପୁଲିସ। ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିବାବେଳେ କର୍ଫ୍ୟୁର ଆଳ ଦେଖାଇ ପୁଲିସ ସେମାନଙ୍କୁ ଅଟକ ରଖିଥିବା ସୂଚନା ରହିଥିଲା। ଥାନାରେ ଅଟକ ଥିବା ନେତାଙ୍କ ମଧ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀ, ୩ ସାଂସଦ, ୬ ବିଧାୟକ, ବିଜେପି ସଭାପତିଙ୍କ ସମେତ ବହୁ ନେତାଙ୍କୁ ଅଟକ ରଖିଥିଲା ପୁଲିସ।

ଅଟକ ଥିବା ନେତାଙ୍କ ମଧ୍ୟରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଥିଲେ। ଏହାବ୍ୟତୀତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ, ଶଙ୍କର ଓରାମ, ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ଓ ପୂର୍ବତନ

Leave A Reply

Your email address will not be published.