Odisha Link
Bridging the Missing Links in Odisha

ସାମ୍ନାକୁ ଆସୁଛି ଠକ ତାନ୍ତ୍ରିକର ଗୁମର, କୈଫିକ ଖାନର ୮୦ଟି ଆକାଉଣ୍ଟ ଠାବ

ସାଲେପୁର ପାଗା ନିକଟରେ ଠକ ତାନ୍ତ୍ରିକର ଜମି ମଧ୍ୟ ଠାବ କରାଯାଇଛି।

ଓଏଲ୍‌ ବ୍ୟୁରୋ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୁଲିସ। ଆଜି ଠକ ତାନ୍ତ୍ରିକକୁ ନେଇ ସିନ୍‌ ରିକ୍ରିଏସନ କରିଛି ପୁଲିସ। ଠକ ତାନ୍ତ୍ରିକ କୈଫିକ ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। କଟକ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ରହିଛି ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀଙ୍କ ସୂଚନା ଦେଇଛନ୍ତି। ସାଲେପୁର ପାଗା ନିକଟରେ ଠକ ତାନ୍ତ୍ରିକର ଜମି ମଧ୍ୟ ଠାବ କରାଯାଇଛି।

ପୂର୍ବରୁ ଏହି ଘଟଣାକୁ ନେଇ କଟକ ଡିସିପି ପିନାକ ମିଶ୍ର ପ୍ରେସ୍‌ମିଟରେ ସୂଚନା ଦେଇଥିଲେ ଯେ, ଠକେଇ କରିଥିବା ତାନ୍ତ୍ରିକ କୈଫିକ ଖାନ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି। ବହୁ ଲୋକ ତାନ୍ତ୍ରିକ କୈଫିକ ଖାନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛୁ। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ପୁଲିସକୁ ଜଣାନ୍ତୁ ବୋଲି କହିଥିଲେ କଟକ ଡିସିପି ପିନାକ ମିଶ୍ର। ବାହାର ଜିଲ୍ଲାରେ ମଧ୍ୟ ଠକେଇ କରିବାର ସୂଚନା ମିଳିଛି। କେତେ ଲୋକଙ୍କୁ ଠକିଛି ଓ କେତେ ପରିମାଣ ପାଇଛି ତଦନ୍ତ ଚାଲିଛି। କୈଫକର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି। ତାହା ସହ ତାନ୍ତ୍ରିକର ଏକ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ।

Leave A Reply

Your email address will not be published.