Odisha Link
Bridging the Missing Links in Odisha

ସମ୍ବଲପୁର ହିଂସା ସମ୍ପର୍କିତ ରିପୋର୍ଟ ଜେପି ନଡ୍ଡାଙ୍କୁ ଦେଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଓଏଲ୍‌ ବ୍ୟୁରୋ: ହନୁମାନ ଜୟନ୍ତୀରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡ ସମ୍ପର୍କିତ ରିପୋର୍ଟ ଦାଖଲ କଲା ବିଜେପି କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌। ବିଜେପିର ୩ ଜଣିଆ ଟିମ୍‌ ଆଜି ନୂଆଦିଲ୍ଲୀରେ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସାକ୍ଷାତ କରି ରିପୋର୍ଟ ପ୍ରଦାନ କରିଛନ୍ତି।

ରାଜ୍ୟସଭା ସାଂସଦ ତଥା ପୂର୍ବତନ ପୁଲିସ୍‌ ଡିଜି ବ୍ରିଜଲାଲଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଗତ ମେ ୨ ତାରିଖରେ ସମ୍ବଲପୁର ଗସ୍ତରେ ଆସିଥିଲେ। ସେମାନେ ହିଂସାଗ୍ରସ୍ତ ସ୍ଥାନ ବୁଲିବା ସହ ମୃତକ ଚନ୍ଦ୍ରମଣି ମିର୍ଦ୍ଦାଙ୍କ ଭେଟିବାକୁ ତାଙ୍କ ଗାଁ ଝାରମୁଣ୍ଡା ଯାଇଥିଲେ। ସେଠି ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହିପରି ସେମାନେ ଯୁଜୁମୁରା ବ୍ଲକ୍‌ ଭବାନୀପାଲି ଗାଁର ଆହତ କାଳିଆ ଶିଖାଙ୍କ ଘରକୁ ଯାଇ କଥା ହୋଇଥିଲେ। ଏହାପରେ ସମ୍ବଲପୁର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହ ପୁଲିସ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଟିମ୍ ସଦସ୍ୟ।

Leave A Reply

Your email address will not be published.