Odisha Link
Bridging the Missing Links in Odisha

ଝାରସୁଗୁଡାରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କଲେ ବିଧାୟିକା ଦୀପାଳି ଦାସ

୪୮ ହଜାର ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ଝାରସୁଗୁଡା ଉପ-ନିର୍ବାଚନରେ ବାଜିମାତ କରିଥିଲା ବିଜେଡି।

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଝାରସୁଗୁଡା ଉପ-ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଦୀପାଳି ଦାସ। ଦୀପାଳି ବିଜୟ ଲାଭ କରିବା ପରେ ବିଧାନସଭାରେ ବିଧାୟିକା ଭାବେ ଶପଥ ନେଇଥିଲେ। ବିଧାନସଭାରେ ଦୀପାଳି ଦାସଙ୍କୁ ଶପଥ ପାଠ କରାଇଥିଲେ ଉପବାଚସ୍ପତି। ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଥିଲେ ଦୀପାଳି ଦାସ। ନବ-ନିର୍ବାଚିତ ବିଧାୟିକା ଭାବେ ପୌରାଞ୍ଚଳ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କଲେ ଦୀପାଳି ଦାସ।

ନିର୍ବାଚନ ପରେ ଭୋଟ ଗଣତିରେ ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିଥିବାବେଳେ ଶେଷ ରାଉଣ୍ଡରେ ବିଜୟ ମୁକୁଟ ପିନ୍ଧିଥିଲେ ଦୀପାଳି। ୧୯ଟି ରାଉଣ୍ଡରେ ମଧ୍ୟ ଦୀପାଳି ନିଜର ଟ୍ରେଣ୍ଡ ରଖି ବାଜିମାତ କରିଥିଲେ। ୪୮ ହଜାର ୬୧୯ ଖଣ୍ଡ ଭୋଟ ବ୍ୟବଧାନରେ ଝାରସୁଗୁଡା ଉପ-ନିର୍ବାଚନରେ ବାଜିମାତ କରିଥିଲା ବିଜେଡି।

Leave A Reply

Your email address will not be published.