Odisha Link
Bridging the Missing Links in Odisha

‘ଓଡ଼ିଶା ନୁହେଁ ସାରା ଭାରତର ଚାଷୀଙ୍କ ପ୍ରତି ବେଇମାନ କରିଛନ୍ତି କେନ୍ଦ୍ର ସରକାର’

ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ସମୟରେ ମିଛର ସାହାରା ନେଇଛନ୍ତି କେନ୍ଦ୍ର ସରକାର

ଓଏଲ୍‌ ବ୍ୟୁରୋ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ୨୧୮୩କୁ ବୃଦ୍ଧି ପାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର।

ସେ କହିଛନ୍ତି ଓଡ଼ିଶା ନୁହେଁ ସାରା ଭାରତର ଚାଷୀଙ୍କ ପ୍ରତି ବେଇମାନ କରିଛନ୍ତି କେନ୍ଦ୍ର ସରକାର। ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ସମୟରେ ମିଛର ସାହାରା ନେଇଛନ୍ତି କେନ୍ଦ୍ର ସରକାର। ଚାଷିମାନେ ପ୍ରତାରିତ ହେଉଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ ଦେବେ ବୋଲି କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର।

ସେହିପରି, ବିଜେଡି ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ଓଡ଼ିଶାର କେବଳ ନୁହେଁ ସାରା ଭାରତର ଚାଷୀ ଏମଏସପି ବୃଦ୍ଧି ପାଇଁ ଦାବି କରି ଆସିଛନ୍ତି। ଯାହାକୁ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ କହି ଆସୁଛନ୍ତି କି ଖର୍ଚ୍ଚର ଦେଢ଼ ଗୁଣା ଏମଏସପିରେ ଆମେ ଦେବୁ। ହେଲେ ସେ ଯାଏଁ ବର୍ତ୍ତମାନ ପର୍ୟ୍ୟନ୍ତ ପହଞ୍ଚି ପାରିନାହିଁ। କିନ୍ତୁ ଏବେ କିଛି ବଢିଛି। ଯାହାକି ସ୍ୱାଗତ ଯୋଗ୍ୟ।

ଧାନ ପାଇଁ ସାଢେ ତିନି ହଜାର ଖର୍ଚ୍ଚ ହେଉଛି। ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା। ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢ଼ାଇବେ। ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ। ପୂର୍ବରୁ ବିଜେପି ଏନେଇ ପ୍ରତିସ୍ମୃତି ମଧ୍ୟ ଦେଇଥିଲା, ଦେଢ଼ ଗୁଣା ଉତ୍ପାଦନ ଖର୍ଚ୍ଚର ପାଇବ। ଅନ୍ତତଃ ସେ ଯାଏଁ ନହେଲେ ବି ଖର୍ଚ୍ଚର ୧୦ ପ୍ରତିଶତ ହେଲେ ଚାଷୀ ପାଉ। ନହେଲେ ଲୋକ ଚାଷ ଛାଡି ପଳାଉଛନ୍ତି ବୋଲି କହିଛନ୍ତି ବିଜେଡି ଉପ-ସଭାପତି ଦେବୀ ମିଶ୍ର।

ଖବର ଅନୁସାରେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲକୁ ୭ ପ୍ରତିଶତ ଓ ମୁଗ ୧୦ପ୍ରତିଶତ ବୃଦ୍ଧି ପାଇଛି। ଧାନ ଗ୍ରେଡ୍-ଏ ସହାୟକ ମୂଲ୍ୟ କୁଇଣ୍ଟାଲ ୨୨୦୩କୁ ବୃଦ୍ଧି ପାଇଛି। ମୁଗ କୁଇଣ୍ଟାଲ ୮୫୫୮ ଟଙ୍କା ହୋଇଥିବାବେଳେ କପା ୬୬୨୦ ଟଙ୍କାକୁ ବୃଦ୍ଧି ହୋଇଥିବା ସୂଚନା ରହିଛି। ବିରି କୁଇଣ୍ଟାଲ ୬୯୫୦ ଟଙ୍କା ହୋଇଥିବାବେଳେ ବାଦାମ କୁଇଣ୍ଟାଲ ୬୩୭୭ ଟଙ୍କା ହୋଇଛି। ହରଡ଼ ଡାଲି କୁଇଣ୍ଟାଲ ୭୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ଘୋଷଣା ହୋଇଛି।

Leave A Reply

Your email address will not be published.