Odisha Link
Bridging the Missing Links in Odisha

ଭାଗ ଭାଗ ହୋଇଯିବ ବିଜେଡି: କଂଗ୍ରେସ ବିଧାୟକ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଯେଉଁ ମହାଡ୍ରାମା ଚାଲିଛି ତାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାରାଷ୍ଟ୍ର ପରିସ୍ଥିତି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

ମହାରାଷ୍ଟ୍ର ରାଜନୀତିରେ ଯେଉଁ ଡ୍ରାମା ଚାଲିଛି ତାହାର ପ୍ରଭାବ ଓଡ଼ିଶା ରାଜନୀତିରେ କିଛି ପଡ଼ିବ କି ବୋଲି ସାମ୍ବାଦିକ ମାନେ ତାରାପ୍ରସାଦ ବାହିନୀପତିଙ୍କୁ ପ୍ରଶ୍ନ କରିଥିଲେ। ତାର ଉତ୍ତରରେ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି-ବିଜେଡି ଏକ ହୋଇ ରହିଛନ୍ତି। କେନ୍ଦ୍ର ବିଜେପି ଯାହା କହିବ ବିଜେଡି ତାହା କରିବ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ରାଜନୀତିରେ ଏବେ ଯେଉଁ ପରି ଅସନ୍ତୋଷ କୁହୁଳୁଛି ବିଜେପି ଚାହିଁଲେ ଭାଗ କରିଦେବ। ଅମିତ୍ ଶାହଙ୍କ କଥା ନମାନିଲେ, ଓଡ଼ିଶାରେ ବିଜେଡିକୁ ବିଜେପି ଭାଗ ଭାଗ କରିଦେବ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢାଉ ଆରମ୍ଭ କଲେ, ଆପେ ଆପେ ବିଜେଡି ଭାଗ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି।

ତାରା ପ୍ରତିକ୍ରିୟା ପରେ ବିଜେଡି ବିଧାୟକ ଧ୍ରୁବ ସାହୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସର ଡଙ୍ଗା ବୁଡିଆସିଲାଣି। ସେ ଦଳର ନେତା ଆମକୁ କ’ଣ ଟିପ୍ପଣୀ କରିବେ।

Leave A Reply

Your email address will not be published.