Odisha Link
Bridging the Missing Links in Odisha

ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଯବାନଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ପୁଲିସ କର୍ମଚାରୀଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଡିଭିଏଫ ଯବାନ ବିଶ୍ବନା ମାଡକାମି।

ଗତକାଲି ରାତିରେ ମାଲକାନଗିରି ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିବା ବିଶ୍ୱନାଥ ମାଡକାମି ନିଜର ଡ୍ୟୁଟି ସାରି ପଦରପାଲିଠାରେ ଥିବା ନିଜ ଘରକୁ ଫେରୁଥିଲେ। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଚମ୍ପାଖାରି ନିକଟରେ ଏହି ସଡକ ଦୁର୍ଘଟଣା ହୋଇଥିଲା। ତାଙ୍କ ମୃତ୍ୟୁର ଖବର ପରେ ତାଙ୍କ ଗ୍ରାମରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ଟି ବିଶ୍ୱନାଥ ମାଡକାମିଙ୍କ ବାଇକ୍‌କୁ ପିଟିଥିଲା। ଉକ୍ତ ବାଇକ୍‌ରେ ୩ ଜଣ ଥିଲେ। ଏହି ଦୁର୍ଘଟଣାରେ ଉଭୟ ବାଇକ୍‌ର ୪ ଜଣ ଛିଟିକି ଦୂରରେ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ବିଶ୍ୱନାଥ ମାଡକାମିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତ ତିନି ଜଣ ହେଉଛନ୍ତି କୋତାମେଟା ଗ୍ରାମର ସୁନା ଧର କୋପେ, ବଳରାମ ପୂଜାରୀ ଓ ବଳ ପୁଟିଆ ।

Leave A Reply

Your email address will not be published.