Odisha Link
Bridging the Missing Links in Odisha

୧୦୦ ତମ ଟେଷ୍ଟ ମ୍ୟାଚରେ ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ, ବ୍ୟାଟିଂ କରିବ ଭାରତ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ବା ଶେଷ ଟେଷ୍ଟ ମ୍ୟାଚ୍‌। ଶେଷ ଟେଷ୍ଟ ମ୍ୟାଚରେ ଟସ୍‌ ଜିତିଛି ଓ୍ବେଷ୍ଟଇଣ୍ଡିଜ। କାରବିଆନ୍‌ ଟିମ୍‌ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ। ଅନ୍ୟପଟେ ଟିମ୍‌ ଇଣ୍ଡିଆର ପେସ୍‌ ବୋଲର ମୁକେଶ କୁମାର ଟେଷ୍ଟ ଡେବ୍ୟୁ କରିଛନ୍ତି।

ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ସହ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଟେଷ୍ଟରେ ଭାରତ ଘରୋଇ ଦଳ ଉପରେ ସମାନ ଆଧିପତ୍ୟ ଜାରି ରଖିବାକୁ ପ୍ରୟାସ କରିବ। ପ୍ରଥମ ଟେଷ୍ଟ ହାରି ଥିବାରୁ ଘରୋଇ ଦଳ ପାଇଁ ଏହା କର ବା ମର ସ୍ଥିତି। ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଅଧିନରେ ଏହି ସିରିଜ୍ ରହିଥିବାରୁ ଘରୋଇ ଦଳ ପଏଣ୍ଟ ଖାତା ଖୋଲିବାକୁ ଚେଷ୍ଟା କରିବ।

ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜା, ଈଶାନ କିଶନ, ଆର୍‌ ଅଶ୍ବିନ୍‌, ମୁକେଶ କୁମାର, ଜୟଦେବ ଉନାଦକଟ୍‌, ମହମ୍ମଦ ସିରାଜ୍‌।

ଓ୍ବେଷ୍ଟଇଣ୍ଡିଜ ଏକାଦଶ: କ୍ରେଗ୍ ବ୍ରାଥ୍‌ୱେଟ୍‌ (ଅଧିନାୟକ), ଟାଗେନାରାୟଣ ଚନ୍ଦରପଲ୍‌, ଆଲିକ୍ ଆଥ‌ନେଜ୍‌, ଜର୍ମାଇନ୍ ବ୍ଲାକଉଡ୍‌, କିର୍କ ମ୍ୟାକେଞ୍ଜି, ଜାସନ୍ ହୋଲ୍‌ଡର, ଯୋଶୁଆ ଡ’ ସିଲଭା, ଅଲଜାରି ଯୋ‌ସେଫ, କେମାର ରୋଚ୍‌, ସାନନ୍ ଗାବ୍ରିଏଲ୍‌,ଜୋମେଲ୍ ୱାରିକାନ୍‌।

୧୦୦ ତମ ଟେଷ୍ଟ:
ସବୁଠୁ ବଡ଼କଥା ହେଲା ଭାରତ-ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଏହା ହେଉଛି ୧୦୦ ତମ ଟେଷ୍ଟ। ୧୯୪୮ ମସିହାରେ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀ ସ୍ଥିତ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିଲା ପ୍ରଥମ ଟେଷ୍ଟ। କ୍ରିକେଟ୍ ଦୁନିଆରେ ସବୁଠାରୁ ଦୁର୍ଦ୍ଦର୍ଷ ଦଳ କୁହାଯାଉଥିବା ୱେଷ୍ଟ ଇଣ୍ଡିଜ୍ ଦଳ ଗତ ୨୧ ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଗୋଟିଏ ହେଲେ ଟେଷ୍ଟ ଜିତିପାରିନାହିଁ ।

Leave A Reply

Your email address will not be published.