Odisha Link
Bridging the Missing Links in Odisha

ଥମୁନି ମଣିପୁର ହିଂସା: ଗୁଳିମାଡ଼ରେ ୨ ମୃତ, ୭ ଆହତ

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ଦୀର୍ଘଦିନ ହେବ ମଣିପୁରରେ ଥମୁନି ହିଂସା। ଏହାରି ମଧ୍ୟରେ ମଣିପୁରରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୭ ଆହତ ହୋଇଛନ୍ତି। ବିଷ୍ଣୁପୁର-ଚୂରଚାନ୍ଦପୁର ସୀମାରେ ଚାଷ ଜମିରେ ଗୁଳିମାଡ଼ ହୋଇଥିବା ଜଣା ପଡିଛି। କୃଷକମାନେ ଚାଷ କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଛି। ସମସ୍ତ ମୃତାହତ ଚିହ୍ନଟ ହୋଇଥିବାବେଳେ ମଣିପୁର ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.