Odisha Link
Bridging the Missing Links in Odisha

ଦଳ ନିର୍ଣ୍ଣୟ କରିବେ ଜଟଣୀବାସୀ: ମନ୍ମଥ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। କଂଗ୍ରେସରୁ ଲଢ଼ିବେନି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ।

ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି ସେ କହିଛନ୍ତି। କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ବୋଲି ମନ୍ମଥ କହିଛନ୍ତି। ଏହା ସହ ସେ କହିଛନ୍ତି, ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇଛି। ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କହିଛନ୍ତି।

ପୂର୍ବରୁ କଂଗ୍ରେସର ତୁଣ୍ଡ ସୁର ରାଉତରାୟ ରାଜନୈତିକ ଉତ୍ତରାଧିକାରୀକୁ ନେଇ ବଡ଼ ବୟାନ ଦେଇଥିଲେ। ସାନ ପୁଅ ନିର୍ବାଚନ ଲଢ଼ିବ ବୋଲି କହୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ। ହେଲେ ଏବେ ସାନ ପୁଅ ମନ୍ମଥ ରାଉତରାୟଙ୍କ ରାଜନୈତିକ ବୟାନ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। ତେବେ ଆଗାମୀ ନିର୍ବଚନରେ ସେ କେଉଁ ଦଳରୁ ଲଢ଼ିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.