Odisha Link
Bridging the Missing Links in Odisha

ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ; ହୋଇପାରେ ବଡ଼ ଘୋଷଣା

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଆଜି ଅପରାହ୍ନ ୩ଟାରେ ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ କମିଶନର ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ବି କରିବେ ବଡ଼ ଘୋଷଣା। ଏହାପୂର୍ବରୁ ଆଜି ଚଳିତ ସରକାରର ଶେଷ କ୍ୟାବିନେଟ୍ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଛି।

ଅପରାହ୍ନରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ତେଣୁ ଏହା ପୂର୍ବରୁ କ୍ୟାବିନେଟ୍ ବୈଠକରେ ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ତେବେ କ୍ୟାବିନେଟର ଏଜେଣ୍ଡା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକ ବସୁଥିବାରୁ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିବ ବୋଲି ସୂଚନା ମିଳିଛି। ବିଭିନ୍ନ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ। ସାଧାରଣ ପ୍ରଶାସନ, ଜଳସଂପଦ, ରାଜସ୍ବ ଆଦି ବିଭାଗର ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି।

Leave A Reply

Your email address will not be published.