Odisha Link
Bridging the Missing Links in Odisha

ମଦ ଦୁର୍ନୀତି ମାମଲା: ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଦ୍ବାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଇଡି ରିମାଣ୍ଡ ସରିବା ପରେ ଜେଲରେ ଦିନ କାଟୁଛନ୍ତି କେଜରିୱାଲ। ମଦ ଦୁର୍ନୀତି ମାମଲାରେ ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ଏହା ପରେ ଦିଲ୍ଲୀ ହାଇକୋର୍ଟରୁ ବଡ଼ ନିର୍ଦ୍ଦେଶ ଆସିଛି। ଦିଲ୍ଲୀ ହାଇକୋର୍ଟରୁ ଜାରି ହୋଇଥିବା ଟିପ୍ପଣୀ ଅନୁସାରେ, କେଜ୍ରିୱାଲ ଗିରଫଦାରି ଯଥାର୍ଥ ବୋଲି କୁହାଯାଇଛି।

ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି। ଅର୍ଥାତ୍ ଏବେ କେଜ୍ରିଓ୍ଵାଲଙ୍କୁ ଜେଲରେ ରହିବାକୁ ପଡ଼ିବ। ଅଦାଲତ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.