Odisha Link
Bridging the Missing Links in Odisha

କେବେ ଆସିବ ବିଜେପିର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା? ବିଜୟପାଲ୍‌ ସିଂ ଦେଲେ ବଡ଼ ସୂଚନା..

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ହେଲେ ଅଟକିଛି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ଚଳିତ ନିର୍ବାଚନକୁ ନେଇ ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମର ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆସିବ ବିଜେପିର ବାକି ଥିବା ପ୍ରାର୍ଥୀ ତାଲିକା। ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଗୋଟିଏ ଆସନ ପାଇଁ ପ୍ରାର୍ଥୀ ବଦଳି ପାରନ୍ତି। ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠି ପ୍ରାର୍ଥୀ ବଦଳିପାରେ ବୋଲି ବିଜୟପାଲ୍‌ ସିଂ ତୋମର କହିଛନ୍ତି।

Leave A Reply

Your email address will not be published.