Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ଗର୍ବ: ଶ୍ରେଷ୍ଠ ଜିଲ୍ଲା ଭାବେ କୋରାପୁଟକୁ ମିଳିବ ପିଏମ୍ ଆୱାର୍ଡ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ପିଏମ ଆୱାର୍ଡ଼ ୨୦୨୫ରେ ସମ୍ମାନିତ ହେବ କୋରାପୁଟ ଜିଲ୍ଲା। ପ୍ରଶାସନିକ ସେବା ଦିବସରେ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ ହେବେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ। ଜିଲ୍ଲାର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ କୋରାପୁଟ ଜିଲ୍ଲାକୁ ଏହି ସମ୍ମାନ ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲାପାଳଙ୍କୁ ଶୁଭକାମନା ଜଣାଇଛନ୍ତି।

ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲା ପ୍ରଧାନମନ୍ତ୍ରୀ ପୁରସ୍କାରରେ ପୁରସ୍କୃତ ହେବ। ସମଗ୍ର ଦେଶରରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ୧୧ଟି ଯୋଜନା କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ କରିବା ସହ ସାଧାରଣ ଜନତା ଓ ପ୍ରଶାସନର ସହଭାଗିତାରେ ନିଜ ଦକ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜଲ୍ଲା ଭାବେ ମନୋନୀତ ହୋଇଛି କୋରାପୁଟ।

ଆସନ୍ତା ୨୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ କୋରାପୁଟ ଜିଲ୍ଲାପାଳ। ଜିଲ୍ଲାର ସମସ୍ତ ଜନସାଧରଣ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି କୋରାପୁଟ ଜିଲ୍ଲାପାଳ।

Leave A Reply

Your email address will not be published.