ସନ୍ଦେହ ଘେରରେ ବୃଦ୍ଧଙ୍କ ମୃତଦେହ

ନୟାଗଡ: ଘର ବାରିପଟୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବୃଦ୍ଧଜଣକ ହେଲେ ତେଲିପାଟଣା ଗାଁର ବ୍ରଜ କିଶୋର ସାହୁ। ଏହି ଘଟଣାଟି ନୟାଗଡ ଜିଲ୍ଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତ ତେଲିପାଟଣା ଗାଁରେ ଘଟିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ ଯେ, ବ୍ରଜ ଶୁକ୍ରବାର ସନ୍ଧ୍ୟାରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ଆଉ ଫେରିନଥିଲେ। ଶନିବାର ସକାଳୁ ତାଙ୍କର ମୃତଦେହ ଘର ବାଡିପଟୁ ମିଳିଥିଲା।
ମୁଣ୍ଡ ଏବଂ ମୁହଁରେ କ୍ଷତଚିହ୍ନ ଥିବାରୁ ତାରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ କିଏ ଓ କାହଁକି ବ୍ରଜଙ୍କୁ ହତ୍ୟା କରିଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.