ପୁଲିସ ଉପରକୁ ବୋମା ମାଡ଼

ଆଠଗଡ଼ : ପୁଲିସ ଉପରକୁ ବୋମା ମାଡ଼। ବୋମାମାଡ଼ରେ ଜଣେ କନେଷ୍ଟବଳ ଆହାତ ହୋଇଛନ୍ତି। ଖୁଣ୍ଟୁଣୀ ଥାନା ତାଳଭାଗ ଗାଁରେ ପୁଲିସ ଉପରକୁ ବୋମାମାଡ଼।
ସୂଚନା ଅନୁସାରେ, ଏକ ସିମେଣ୍ଟ କାରଖାନାରେ ବିଦ୍ୟୁତ ସଂଯୋଗ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜମି ଉପର ଦେଇ ଟାୱାର ଲାଇନ ଟଣା ହେଉଥିବା ବେଳେ କ୍ଷତି ପୂରଣ ମାଗିଥିଲେ ଚାଷୀ। କ୍ଷତି ପୂରଣ ନଦେଇ ତାର ଟଣା ଯାଉଥିବାରୁ ଉତ୍ତେଜନା ଦେଖା ଦେଇଥିଲା।
ଆଜି ପୁଲିସ ଉପସ୍ଥିତିରେ ତାର ଟଣା ବେଳ ବୋମାମାଡ଼ ହୋଇଥିଲା। ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ମାରିଥିଲେ ସୂଚନା ରହିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣା ସ୍ଥଳରେ ୨ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି କେଉଁ ପରିସ୍ଥିତିରେ ଆଉ କିଏ ପୋଲିସ ଉପରକୁ ବୋମାମାଡ କଲେ ତାହାର ଅନୁଧ୍ୟାନ କରୁଛନ୍ତି।