Odisha Link
Bridging the Missing Links in Odisha

ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକ୍‌କୁ ୫ଲକ୍ଷ ୯୦ହଜାର ଟଙ୍କା ଫାଇନ୍

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ହାରଭେଷ୍ଟର ବୋଝେଇ ଟ୍ରକକୁ ଫାଇନ୍ । ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କଲେ ବାଣିଜ୍ୟକର ବିଭାଗ ଏନଫୋର୍ସମେଣ୍ଟ ଟିମ୍ ।

ସୋନପୁରରୁ ଆନ୍ଧ୍ରପ୍ରଦେଶର ରାଜ ମହେଦ୍ରୀ ଯାଉଥିବା ବେଳେ ଜୁନାଗଡ଼ ବଳଦିଆମାଲ ନିକଟରୁ ଟ୍ରକ୍ ଜବତ ହୋଇଥିଲା । ଯାଞ୍ଚ ବେଳେ ୨୪ ଲକ୍ଷ ୫୯ ହଜାର ଟଙ୍କା ହାରଭେଷ୍ଟରର କୌଣସି ବିଲ୍ କିମ୍ବା ରାଜ୍ୟ ବାହାରକୁ ପରିବହନ ପାଇଁ ଓ୍ବେ-ବିଲ୍ ନ ଥିବା କାରଣରୁ ୫ ଲକ୍ଷ ୯୦ ହଜାର ୩ ଶହ ୫୬ ଟଙ୍କା ଜରିମନା ଆଦାୟ କରାଯାଇଛି। ବାଣିଜ୍ୟକର ବିଭାଗର ଡେପୁଟି କମିଶନର ତପନ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।

Comments are closed.