ସବୁ ରାଜ୍ୟକୁ ମୋଦୀଙ୍କ ପରାମର୍ଶ, କହିଲେ-ଲକ୍ଡାଉନ୍ ହେଉ ଶେଷ ବିକଳ୍ପ
ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତିତ ଦେଶବାସୀ। ଏସବୁ ମଧ୍ୟରେ ମଙ୍ଗଳାବର ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଦେଶରେ କୋରୋନା ସଙ୍କଟ ମଧ୍ୟରେ ଲକଡାଉନର ଭୟ। ଜନସଧାରଣଙ୍କୁ ଆଶ୍ବସ୍ତ କଲା ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା। ଯଦି ଧୈର୍ଯ୍ୟର ସହିତ ଆମେ ସମସ୍ତ ନିୟମ ପାଳନ କରି କୋରୋନାର ମୁକାବିଲା କରିବା ତେବେ ଲକଡାଉନର ସ୍ଥିତି ଉପୁଜିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ସେ ଆହୁରି କହିଛନ୍ତି ଯେ, ଦେଶରେ ସଚେତନତା ଯୋଗୁଁ ଲକଡାଉନରୁ ବଞ୍ଚିବାକୁ ସହାୟତା ମିଳିବ। ସେ କହିଛନ୍ତି ଦେଶକୁ ଲକଡାଉନରୁ ବଞ୍ଚିବା ଦରକାର। ଲକଡାଉନକୁ ଶେଷ ବିକଳ୍ପ ଭାବେ ବୁଝିବାର ଆବଶ୍ୟକତା ଥିବା ରାଜ୍ୟସରକାରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଏଥିସହିତ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରି କହିଛନ୍ତି, ଲକଡାଉନକୁ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ। ଲକଡାଉନରୁ ବଞ୍ଚିବା ପାଇଁ ଭରପୁର ପ୍ରୟାସ କରିବା ଦରକାର। ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ,ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନର ଅଧା ସିଧାସଳଖ ରାଜ୍ୟ ଓ ହସ୍ପିଟାଲଗୁଡ଼ିକୁ ମିଳିବ । ଗରିବ, ବୃଦ୍ଧ, ନିମ୍ନ ମଧ୍ୟବିତ୍ତ ଓ ୪୫ ବର୍ଷରୁ ଅଧିକ ଲୋକଙ୍କୁ କରାଯାଉଥିବା ଟିକାକରଣ ଜାରି ରହିବ। ପୂର୍ବଭଳି ସରକାରୀ ହସ୍ପିଟାଲରେ ମାଗଣା କୋଭିଡ୍ ଟିକାକରଣ ଜାରି ରହିବ। ଆମ ସମସ୍ତଙ୍କ ପ୍ରୟାସ ଜୀବନ ବଞ୍ଚାଇବା। ଏଥିସହ ଆର୍ଥିକ ଗତିବିଧି ସହ ଜୀବନଜୀବିକାକୁ ଜାରି ରଖିବା। ରାଜ୍ୟ ସରକାରଙ୍କୁ ଅନୁରୋଧ ସେମାନେ ଶ୍ରମିକଙ୍କୁ ଭରସା ଦିଅନ୍ତୁ । ସେମାନେ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ ।
ଗତବର୍ଷ ପରିସ୍ଥିତି ଏବେର ସ୍ଥିତି ଠାରୁ ବହୁତ ଅଲଗା ଥିଲା। ସେତେବେଳେ ଆମ ପାଖରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ସୁଦୃଢ଼ ନଥିଲା । କରୋନା ଟେଷ୍ଟ ପାଇଁ ଲ୍ୟାବ, ପିପିଇ କିଟ୍, କରୋନା ଚିକିତ୍ସା ନେଇ କୌଣସି ସୂଚନା ନଥିଲା । ତଥାପି ଆମେ ଖୁବ୍ କମ୍ ସମୟରେ ଏଥିରେ ପାରଜ୍ଞମ ହୋଇ ପାରିଥିଲେ । ଆଜି ଆମ ପାଖରେ ବଡ଼ ମାତ୍ରରେ ପିପିଇ କିଟ୍ ସହ କରୋନା ସମ୍ପର୍କିତ ଅନେକ ବ୍ୟବସ୍ଥା ରହିଛି।