Odisha Link
Bridging the Missing Links in Odisha

ବାତ୍ୟା ପାଇଁ ରାଜଧାନୀରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ବାତ୍ୟା ୟାସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ। ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ। ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି। ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ।

ସେହିଭଳି ଆସନ୍ତାକାଲି ରାଉରକେଲା ସହରରେ କୋଭିଡ୍ ଟିକାକରଣ ବନ୍ଦ ରହିବ। ସହରର ସମସ୍ତ ଟିକା ଦାନ କେନ୍ଦ୍ରରେ ଟିକାକରଣ ହେବନାହିଁ। ଏନେଇ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।

ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୭ ତାରିଖ ଯାଏ କୋଭିଡ୍ ଟିକାକରଣ, କୋଭିଡ୍ ଟେଷ୍ଟ ସହ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ମଧ୍ୟ ହେବ ନାହିଁ। ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

Leave A Reply

Your email address will not be published.