Odisha Link
Bridging the Missing Links in Odisha

ଗ୍ଲୋବାଲ୍ ଟେଣ୍ଡରକୁ ମିଳିଲା ଦୁଇଟି ବିଡ୍

ଭୁବନେଶ୍ୱର: ଟିକା ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଛନ୍ତି। ଗ୍ଲୋବାଲ୍ ଟେଣ୍ଡରରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି। ଆଜି ଦୁଇଟି ବିଡ୍ ଆସିଛି। ବର୍ତ୍ତମାନ ଏହାର ତର୍ଜମା ଚାଲିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରି-ବିଡିଂ ବୈଠକ କରିଥିଲେ। ହେଲେ ଏହି ବୈଠକକୁ କୌଣସି ବି ଟିକା ଉତ୍ପାଦନକାରୀ କମ୍ପାନୀ ଆସିନଥିଲେ। ସେମାନେ ସିଧାସଳଖ କେନ୍ଦ୍ର ସହିତ ଚୁକ୍ତି କରିବାକୁ କହିଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା। ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ। ହେଲେ ଏହାକୁ ମେ’ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।