Odisha Link
Bridging the Missing Links in Odisha

କୋଭାକ୍ସିନକୁ ମିଳିପାରେ ହୁ’ର ଜରୁରୀକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଭାରତୀୟ କୋଭିଡ ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିବାର ସମ୍ଭାବନା ରହିଛି। ଏ ନେଇ ସଂକେତ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ। ସେ କହିଛନ୍ତି ଯେ, ଏବେ ଭାରତ ବାୟୋଟେକ୍ କୋଭାକ୍ସିନ ସମ୍ପର୍କିତ ତଥ୍ୟ ଡବ୍ଲୁଏଚଓ ପୋର୍ଟାଲରେ ଅପଲୋଡ୍ କରୁଛି।

ଏହି ଅନୁମତି ମିଳିବା ପରେ କୋଭାକ୍ସିନ ଅନ୍ତର୍ଜାତୀୟ ଟିକା ଯୋଗାଣ ବ୍ୟବସ୍ଥା କୋଭାକ୍ସରେ ଉପଲବ୍ଧ ହୋଇପାରିବ। କିମ୍ବା ଭାରତ ବାୟୋଟେକ ଏହାକୁ ଅନ୍ୟ ଦେଶମାନଙ୍କୁ ସିଧାସଳଖ ବିକି ପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ଟିକାର ପ୍ରମାଣପତ୍ର ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ଗ୍ରହଣୀୟ ହୋଇପାରିବ। ଏବେ ସୁଦ୍ଧା ଡବ୍ଲୁଏଚଓ ୮ଟି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ତାଲିକା ଭୁକ୍ତ କରିଛି ।

ଗତ ସପ୍ତାହରେ ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ଫଳାଫଳ ପ୍ରକାଶ କରିଥିଲା। କମ୍ପାନିର ଦାବି ଅନୁସାରେ, ଏହି ଟିକା ଗୁରୁତର ରୋଗୀ ଓ ଡେଲଟା ଭାରିଆଣ୍ଟ୍‌ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ହେଉଛି। ତୃତୀୟ ତଥା ଶେଷ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭାକ୍ସିନ ୭୭.୮ ପ୍ରତିଶତ ପ୍ରଭାବୀ ବୋଲି କହିଛି ଭାରତ ବାୟୋଟେକ।

Leave A Reply

Your email address will not be published.