Odisha Link
Bridging the Missing Links in Odisha

ଥାନା ସାମ୍ନାରେ ଟାଙ୍ଗିଆରେ ଭଉଣୀକୁ ହାଣିଲା ଭାଇ

ଓଏଲ୍‌ ବ୍ୟୁରୋ: ଗଣ୍ଡଗୋଳରୁ ଚାଲିଗଲା ଜୀବନ। ପୁଣି ଥାନା ସାମ୍ନାରେ ଭଉଣୀକୁ ହାଣିଲା ଭାଇ। ଗାଈ ଚରାଉଥିବା ବେଳେ ଭାଇଭଉଣୀ ମଧ୍ୟରେ ଲାଗିଲା ଗଣ୍ଡଗୋଳ। ଯାହାକୁ କେନ୍ଦ୍ର କରି ବିବାହିତ ଭଉଣୀକୁ ମାରି ଦେଲା କାକା ପୁଅ ଭାଇ। ସମ୍ବଲପୁର କିସିଣ୍ଡା ଥାନା ସାମ୍ନାରେ ଘଟିଛି ଏଭଳି କାଣ୍ଡ। ଭଉଣୀକୁ ଟାଙ୍ଗିଆରେ ହାଣି ଚମ୍ପଟ ମାରିଛି ଅଭିଯୁକ୍ତ ଭାଇ।

ଖବର ଅନୁଯାୟୀ, ମୃତ ମହିଳାଙ୍କ ବାପ ଘର ଲୋଇସିଂ ହୋଇଥିବା ବେଳେ ସେ ବରଗଡ ବରପାଲି ଅଞ୍ଚଳରେ ବିବାହ କରିଥିଲେ। ତେବେ କୌଣସି କାରଣରେ ସେ ଲୋଇସିଂରେ ରହୁଥିବା ବେଳେ ଗାଇ ଚରାଇବାକୁ ଯାଇଥିଲେ। ସେଠାରେ କାକା ପୁଅ ଭାଇ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏଥିର କାକାପୁଅ ଭାଇ ରାଗିଯାଇ ଭଉଣୀ କୁମାରୀ ମେହେରକୁ ମାଡ ମାରିଥିଲେ।

ପରେ ଭାଇ ନାଁରେ ଅଭିଯୋଗ କରିବାକୁ ଥାନାକୁ ଯାଉଥିଲେ କୁମାରୀ । ଯାହାଫଳରେ ଭାଇ ଉତ୍ୟକ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ଥାନା ସାମ୍ନାରେ ମହିଳାଙ୍କୁ ହାଣିବା ସହ ଫେରାର ମାରିଛି ଅଭିଯୁକ୍ତ ।

Leave A Reply

Your email address will not be published.