Odisha Link
Bridging the Missing Links in Odisha

ଗ୍ୟାସ ଟାଙ୍କି ଭିତରେ ଗଞ୍ଜେଇ ଚାଲାଣ ଘଟଣା; ୩ ଗିରଫ

ଘଟଣାସ୍ଥଳରେ ୨୫ କେଜି ଗଞ୍ଜେଇ ସହ ୩ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ।

ଓଏଲ୍‌ ବ୍ୟୁରୋ : ବ୍ରହ୍ମପୁର ଭଞ୍ଜନଗର ଜଗନ୍ନାଥପ୍ରସାଦରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅତି ଚତୁରତାର ସହିତ ଗଂଜେଇ ବେପାରୀ ଗଂଜେଇ ଚାଲାଣ କରୁଥିଲେ। ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ପୁଲିସ ଗଂଜେଇ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଥିବା ଜଣା ପଡିଛି।

ଘଟଣାସ୍ଥଳରେ ୨୫ କେଜି ଗଞ୍ଜେଇ ସହ ୩ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଗଂଜେଇ ଚାଲାଣକାରୀଙ୍କ ପାଖରୁ ୨ ବାଇକ୍‌ ମଧ୍ୟ ଜବତ କରିଛି ପୁଲିସ। ତେବେ ଗଂଜେଇ ଚାଲାଣକାରୀ ଗ୍ୟାସ୍‌ ଟାଙ୍କିର ମଝିରୁ କାଟି ଭିତରେ ଗଞ୍ଜେଇ ରଖି ଅତି ଚତୁରତାର ସହ ଚାଲାଣ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିଛି।