Odisha Link
Bridging the Missing Links in Odisha

ଗିରଫ ହେଲେ ବିଜେପିର ଦବଙ୍ଗ ବିଧାୟକ

ଇନ୍ଦୋର: ବିଜେପିର ଦବଙ୍ଗ ବିଧାୟକ ଆକାଶ ବିଜୟବର୍ଗୀୟ ଗିରଫ ହେଲେ। କୈଳାସ ବିଜୟବର୍ଗୀୟଙ୍କ ପୁଅ ତଥା ବିଧାୟକ ଆକାଶ ଗିରଫ ହୋଇଛନ୍ତି। ଏଥି ସହିତ ଆକାଶଙ୍କ ୧୦ ସହଯୋଗୀଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି।
ସୂଚନାଥାଉକି, ଆଜି ମଧ୍ୟପ୍ରଦେଶରେ ଜଣେ ବିଧାୟକଙ୍କ ଦବଙ୍ଗଗିରୀ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଥିଲା। ମଧ୍ୟପ୍ରଦେଶ ଇନ୍ଦୋର ସହରରେ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗିଙ୍କ ପୁଅ ତଥା ବିଧାୟକ ଆକାଶ ଆଜି ଜଣେ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ବ୍ୟାଟରେ ବାଡ଼େଇଥିଲେ। ଜବରଦଖଲ ଉଚ୍ଛେଦ କରିବାକୁ ଆସିଥିବା ଅଫିସରଙ୍କୁ ଆକାଶ ଗୋଡ଼ାଇ ଗୋଡ଼ାଇ ବ୍ୟାଟରେ ପିଟିଥିଲେ। ତେବେ ବିଧାୟକଙ୍କ ଏହି ମାଡ଼ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା।

Comments are closed.