Odisha Link
Bridging the Missing Links in Odisha

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଅନାଥ ପିଲାମାନଙ୍କ ସହ ଶିଶୁ ଦିବସ ପାଳିତ

ଭୁବନେଶ୍ୱର : ରାଜ୍ୟର ଏକ ନମ୍ବର ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଶିଶୁ ଦିବସ ଧୁମଧାନରେ ପାଳନ କରାଯାଇଛି । ଆଜିର ଶିଶୁ କାଲି ଦେଶର ଭବିଷ୍ୟତ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଛୋଟ ଛୋଟ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ । ଶିଶୁମାନଙ୍କୁ ଦେଶର ଭବିଷ୍ୟତ କହୁଥିଲେ ଜବାହରଲାଲ ନେହୁରୁଙ୍କ ଜନ୍ମଦିନକୁ ମନେ ରଖିବାକୁ ଏହି ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।

ଆଶା କିରଣ ଫାଉଣ୍ଡେସନର ଅନାଥ ପିଲାମାନଙ୍କ ସହ ଅନୁଷ୍ଠାନର ଛାତ୍ର ଛାତ୍ରୀମାନେ ଶିଶୁ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଆଶା କିରଣ ଫାଉଣ୍ଡେସନର କୋ ଫାଉଣ୍ଡର ସଚିନ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ “ଆଜି କାଲି ଶିଶୁମାନଙ୍କୁ ନେହୁରଙ୍କ ଆର୍ଦଶରେ ଅନୁପ୍ରାଣିତ ହେବାକୁ ପଡିବ । ଜବାହରଲାଲ ନେହୁରୁ ନୂଆ ଭାରତର ସ୍ୱପ୍ନ ଦେଖୁଥିଲେ ।

ଶିଶୁ ମାନଙ୍କୁ କିପରି ଭାବରେ କୁଶିଳ ହେବା ତାହା ପାଇଁ ନିରନ୍ତର ଭାବରେ ଚେଷ୍ଟା କରୁଥିଲେ କାରଣ ଶିଶୁମାନେ ଛୋଟ ବୀଜ ପରି,ତାକୁ ଆମେ ଯେପରି ଭାବରେ ଚାହିଁବା,ସେହିପରି ଗଢିପାରିବା । ଆମ ମାନଙ୍କ କର୍ତବ୍ୟ ଆମେ ଆଗାମୀ ଭବିଷ୍ୟତ କାହା ହାତରେ ଦେବାକୁ ଚାହୁଁଛୁ” । ଏହି ଅବସରରେ ଆବେୱେଷ୍ଟ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ପୃଥୀରାଜ ଦାସ କହିଥିଲେ ଯେ “ଶିଶୁମାନଙ୍କୁ ଛୋଟ ବେଳୁ ଆମକୁ ଠିକ୍ ନୀତିଶିକ୍ଷା ଦେବା ଉଚିତ ।

ଦେଶର ଭବିଷ୍ୟତ,ସମାଜ ଭବିଷ୍ୟତ ଶିଶୁମାନଙ୍କ ଉପରେ ନିର୍ଭର କରୁଅଛି । ଆମକୁ ଏହି କଥା ସର୍ବଦା ମନେ ରଖିବାକୁ ପଡିବ । ଏହା ଆମକୁ ପରିବାର ଠାରୁ ଆରମ୍ବ କରିବାକୁ ପଡିବ” । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଶା କିରଣ ଫାଉଣ୍ଢେସନର ପିଲାମାନେ ଏବଂ ଛାତ୍ରଛାତ୍ରୀ ମାନେ କିଛି ସମୟ ଅତିବାହିତ କରି ବିଭିନ୍ନ ପ୍ରତିଯୋଗିତା ଭାଗ ନେଇଥିଲେ । ଶେଷରେ ପିଲାମାନଙ୍କୁ ଅତିଥି ଦ୍ୱାରା ପୁରୁସ୍ପୃତ କରାଯାଇଥିଲା ।

Comments are closed.