Odisha Link
Bridging the Missing Links in Odisha

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଲେ ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ବୋବ୍‌ଡେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥପାଠ କରିଛନ୍ତି। ସେ ୫ ମାସ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ। ୨୦୨୧ ଏପ୍ରିଲ ୨୩ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବ।

୧୯୫୬ ଏପ୍ରିଲ ୨୪ରେ ଜଷ୍ଟିସ୍ ବୋବ୍‌ଡେ ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୦ ମସିହାରେ ସେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ ବୋବ୍‌ଡେ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ୫ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ। ଜଷ୍ଟିସ ବୋବ୍‌ଡେଙ୍କ ପୂର୍ବରୁ ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ତୁଲାଇଥିଲେ। ଗତ ୧୭ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

Comments are closed.