Odisha Link
Bridging the Missing Links in Odisha

୪ମାସରେ ସୁଦୃଶ୍ୟ ରାମ ମନ୍ଦିର: ଅମିତ

ରାଞ୍ଚି: ଅଯୋଧ୍ୟାରେ ୪ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଜି ଝାଡ଼ଖଣ୍ଡର ଏକ ନିର୍ବାଚନୀ ସଭାରେ ଅମିତ ଶାହ କହିଛନ୍ତି ଯେ, ୪ ମାସ ମଧ୍ୟରେ ଅଯୋଧ୍ୟାରେ ନିର୍ମାଣ ହେବ ସୁଦୃଶ୍ୟ ଭବ୍ୟ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ରାମ ମନ୍ଦିର ନିର୍ମାଣ ସୁଗମ ହୋଇଛି।

ଏଥିସହିତ ସେ କହିଛନ୍ତି ଯେ, ୧୦୦ ବର୍ଷ ହେଲା ପ୍ରତ୍ୟେକ ଭାରତୀୟ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଚାହୁଁଥିଲେ। ଏବେ ତାହା ପୂର୍ଣ୍ଣ ହୋଇଛି। ହେଲେ କଂଗ୍ରେସ ନେତା ବରିଷ୍ଠ ନେତା କପିଲ ସିବଲ କୋର୍ଟରେ ନିବେଦନ କରିଥିଲେ ଯେ ଏହି ମାମଲା ଏବେ ଚାଲୁ କରାନଯାଉ। କଣ ପାଇଁ ଆପଣଙ୍କ ପେଟରେ ପୀଡ଼ା ହେଉଛି କି ତାତ୍ସଲ୍ୟ କରି କହିଛନ୍ତି ଅମିତ୍‌ ଶାହ।

Comments are closed.