Odisha Link
Bridging the Missing Links in Odisha

ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆ ମଣ୍ଡି ଉଦଘାଟନ କଲେ କୃଷି ମନ୍ତ୍ରୀ

ମାଲକାନଗିରି: ସ୍ୱାଧୀନତାର ୭୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପ୍ରଥମ “ମାଣ୍ଡିଆ ମଣ୍ଡି” ଆଜି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦଘାଟନ କରିଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପର ପାର୍ଶ୍ଵରେ ଥିବା ୧୫୧ ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ ନିର୍ମାଣ ହେଲା “ଗୁରୁପ୍ରିୟା ସେତୁ” । ଦିନେ “ବିଛିନ୍ନାଞ୍ଚଳ” ଭାବେ ପରିଚିତ ଅଞ୍ଚଳ ଏବେ “ସ୍ୱାଭିମାନ ଅଞ୍ଚଳ” ଭାବେ ନାମିତ। ଅଞ୍ଚଳବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କର ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚିବ , ମାନ୍ୟବର ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି।

“ଓଡ଼ିଶା ମିଲେଟ ମିଶନ” ଓଡ଼ିଶା ସରକାରଙ୍କର ଏକ ରାଜ୍ୟସ୍ତରୀୟ ଯୋଜନା। ଏହି ଯୋଜନାର ମୁଖ୍ୟ ଲକ୍ଷ ହେଉଛି ମିଲେଟର ଉତ୍ପାଦନ ଓ ପୋଷଣତାକୁ ରାଜ୍ୟର ୧୪ ଟି ଜିଲ୍ଲାର ୭୨ ଗୋଟି ବ୍ଲକରେ ପୁନରୁଦ୍ଧାର କରାଇବା। ଏହି ଯୋଜନାଟି ମାଲକାନଗିରି ଜିଲ୍ଲାର ମାଥିଲି , ଖାଇରପୁଟ , ଚିତ୍ରକୋଣ୍ଡା ଓ କୋରକୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ହୋଇଛି।

Comments are closed.