Odisha Link
Bridging the Missing Links in Odisha

ତୀରମାରି ହାତୀକୁ ହତ୍ୟା

ରାଉରକେଲା: ରାଉରକେଲା ବନଖଣ୍ଡର ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡ଼ି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ହାତୀ ଶରୀରରେ ବିଭିନ୍ନ ସ୍ଥାନର କ୍ଷତ ଚିହ୍ନ ରହିଥିବା ବେଳେ ହାତୀଟିକୁ ତୀର ମାରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଙଟଣାର ତଦନ୍ତ କରୁଛନ୍ତି।

ସୂଚନାଥାଉ କି, ଦୁଇ ଦିନ ତଳେ ଏହି ସ୍ଥାନରୁ ୨ କମି ଦୂର ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ମଧ୍ୟ ଏକ ହାତୀର ତୀରବିଧ ମୃତଦେହ ମିଳିଥିଲା। ଅନୁମାନ କରାଯାଉଛି ଯେ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯୋଜନାବଦ୍ଧ ଭାବେ ହାତୀଙ୍କୁ ହତ୍ୟା କରିବା ରାକେଟ ସକ୍ରିୟ ରହିଛି।

Comments are closed.