Odisha Link
Bridging the Missing Links in Odisha

ଆସାମ: ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲଙ୍କ ଉପସ୍ଥିତିରେ ୬୪୪ ଜଣ ଉଗ୍ରବାଦୀଙ୍କ ଆତ୍ମସମର୍ପଣ

ଗୌହାଟି: ଆଜି ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲଙ୍କ ଉପସ୍ଥିତିରେ୧୭୭ଟି ଅସ୍ତ୍ର ସହ ଆସାମର ୮ଟି ନିଷିଦ୍ଧ ସଙ୍ଗଠନର ୬୪୪ ଜଣ ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ହେଲା: ‘ୟୁଏଲ୍‌ଏଫ୍‌ଏ (୧), ‘ଏନ୍‌ଡିଏଫ୍‌ବି’, ‘ଆର୍‌ଏନ୍‌ଏଲ୍‌ଏଫ୍‌’, ‘କେଏଲ୍‌ଓ’, ‘ସିପିଆ (ମାଓବାଦୀ)’, ‘ଏନ୍‌ଏସ୍‌ଏଲ୍‌ଏ’, ‘ଏଡିଏଫ୍‌’ ଏବଂ ‘ଏନ୍‌ଏଲ୍‌ଏଫ୍‌ବି’। ଏନେଇ ଆସାମ ପୋଲିସ ମହାନିର୍ଦେଶକ ଭାସ୍କରଜ୍ୟୋତି ମହାନ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ଏବଂ ଆସାମ ପୁଲିସ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ବର୍ତ୍ତମାନ ସମୟରେ ଏହା ଅନ୍ୟତମ ସର୍ବବୃହତ୍‌ ଆତ୍ମସମର୍ପଣ ବୋଲି ସେ କହିଛନ୍ତି।

Comments are closed.