Odisha Link
Bridging the Missing Links in Odisha

ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର : ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ହୋଇଛି। ବିରୋଧୀ ବିଜେପି ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି। ଲଟେରୀ ମାଧ୍ୟମରେ ପ୍ରଶ୍ନ ଚୟନ କରାଯାଉନଥିବା ଏବଂବିଜେପି ସଭ୍ୟଙ୍କ ପ୍ରଶ୍ନ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ସ୍ଥାନିତ ହେଉନଥିବା ଅଭିଯୋଗରେ ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Comments are closed.