Odisha Link
Bridging the Missing Links in Odisha

ଦାୟିତ୍ୱହୀନ ମନ୍ତବ୍ୟ ଦେଇ ନିଜର ହତାସଭାବକୁ ପ୍ରଦର୍ଶନ କରିଛି କଂଗ୍ରେସ : ବିଜେପି

ଭୁବନେଶ୍ୱର : ବିଜେପି ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ବିରୋଧୀ ଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଏଆଇସିସିର ପ୍ରବକ୍ତା ରାଜୀବ ତ୍ୟାଗୀ ନିଜର ହତାସଭାବକୁ ପ୍ରଦର୍ଶନ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ମହାପାତ୍ର କହିଛନ୍ତି ଯେ କଂଗ୍ରେସ ନେତାଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସର୍ବଦା ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ହିତ ପାଇଁ ଲଢୁଥିବା ବିଜେପି ବିରୋଧରେ ଏଭଳି ମନ୍ତବ୍ୟକୁ ଲୋକମାନେ ଉଚିତ୍‌ ଜବାବ୍ ଦେବେ । ମହାପାତ୍ର କହିଛନ୍ତି ଯେ ସରକାରୀ ଚାକିରିରେ ଏସସି ଏସଟି ଓ ଓବିସି ବର୍ଗଙ୍କୁ ମୌଳିକ ଓ ସାମ୍ବିଧାନିକ ପ୍ରଦାନ କରିବାରେ ବିଜେପି ସର୍ବଦା ତତ୍ପର ।

ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ପାଇଁ ଦଳ ସଦାବେଳେ ଲଢିଆସିଛି । ମାତ୍ର ଅନ୍ୟପଟେ ଦୀର୍ଘ ବର୍ଷ ଧରି ଦେଶରେ ଶାସନ ଦାୟିତ୍ୱରେ ରହିଥିଲେ ମଧ୍ୟ ପଛୁଆ ବର୍ଗର ଲୋକଙ୍କୁ ଅଣଦେଖା କରିଥିଲା କଂଗ୍ରେସ ।

ମହାପାତ୍ର କହିଛନ୍ତି ଯେ ଆଜି ମୋଦି ସରକାରଙ୍କ ଶାସନରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେମାନଙ୍କ ମୌଳିକ ଓ ସାମ୍ବିଧାନିକ ସବୁଧା ପାଇଁ ମୋଦି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବର୍ଗର ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ପରିମାଣରେ ପକ୍କା ଘର ପାଇଁ ଅର୍ଥ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେଉଛନ୍ତି ।

ତେବେ କଂଗ୍ରେସ ନେତା ଏଆଇସିସିର ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ଏହି ମନ୍ତବ୍ୟକୁ ଏହି ବର୍ଗର ଲୋକମାନେ ଉଚିତ୍ ଜବାବ୍ ଦେବେ । ତ୍ୟାଗୀ ବିଜେପି ବିରୋଧୀ ମନ୍ତବ୍ୟ ଦେଇ ଏହି ସମାଜର ଲୋକଙ୍କ ପାଖରେ ଭଲ ହେବାର ଯେଉଁ ଅପଚେଷ୍ଟା କରୁଛନ୍ତି ତାହାକୁ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନେ ସଠିକ୍ ଜବାବ୍ ଦେବେ ବୋଲି ଦଳର ମୁଖପାତ୍ର  ମହାପାତ୍ର କହିଛନ୍ତି ।

Comments are closed.