Odisha Link
Bridging the Missing Links in Odisha

କାଲି ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ବର: ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଆସନ୍ତା କାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ। କାଲି ସକାଳ ୧୦ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବେ ଶାହ। ସକାଳ ୧୦.୪୦ରୁ ଦିନ ୨ ଟା ପର୍ଯ୍ୟନ୍ତ ଲୋକସଭା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ଶାହ କାଲି ଇଷ୍ଟର୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ। ଏହା ପରେ ୨.୩୦ରୁ ୪ଟା ପର୍ଯ୍ୟନ୍ତ ଜନତା ମଇଦାନରେ ସିଏଏ ସପକ୍ଷ ଏକ ସଭାରେ ଯୋଗ ଦେବେ।

ସଂଧ୍ୟା ୬ଟାର ୭.୩୦ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବୈଠକରେ ଯୋଗଦେବୋର କାର୍ଯ୍ୟକ୍ରମ ରହିଛି। କାଲି ସଂଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ସାସଂଦ, ବିଧାୟକ, ଜିଲ୍ଲା ସଭାପତି ଏବଂ ୨୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିବେ ଶାହ। ସାଂଗଠନିକ ସ୍ଥିତି ଓ ଭବିଷ୍ୟତର ଋଣନୀତି ଉପରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାପରେ ପୁରୀ ଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶାହ। ଏହା ପରେ ଭୁବନେଶ୍ବର ଫେରି ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ପରେ ଦିଲ୍ଲୀ ଫେରିଯିବେ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ ଏହା ହେବ ପ୍ରଥମ ଓଡିଶା ଗସ୍ତ ।

Comments are closed.