Odisha Link
Bridging the Missing Links in Odisha

କରୋନାକୁ ନେଇ ସଚେତନ କଲେ ରାକ୍ଷୀ ଆଉ କହିଲେ……..

ମୁମ୍ବାଇ : କରୋନା ଭାଇରସ ସାରା ବିଶ୍ବରେ କାୟାବିସ୍ତାର କରି ସାରିଲାଣି । ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ’ଣ କ’ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ କରୁଛନ୍ତି ।

ବଲିଉଡ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ କରୋନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଥିରୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରିଛନ୍ତି । କ’ଣ ପାଇଁ କରୋନା ଭାଇରସ୍‌ ବ୍ୟାପୁଛି ଓ ଏହାର ପ୍ରତିକାର ପାଇଁ କ’ଣ କରିବା ଆବଶ୍ୟକ ସେନେଇ ରାକ୍ଷୀ କିଛି ଟିପ୍ସ ଦେଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

https://www.instagram.com/p/B9rD8Lln1Pv/

ଇନ୍‌ଷ୍ଟାରେ ଭିଡିଓଟିକୁ ଶେଆର୍‌ କରି ଏହାର କ୍ୟାପ୍‌ସନ୍‌ ଦେଇ ରାକ୍ଷୀ ଲେଖିଛନ୍ତି, “ଦୟାକରି ମୋ କଥାକୁ ଶୁଣନ୍ତୁ”। ସେ କହିଛନ୍ତି, “କରୋନା ଭାଇରସ୍‌ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ସମସ୍ତେ କହୁଛନ୍ତି, ହାତ, ପାଦ, ନାକ ଧୁଅ.ଜଣାନାହିଁ ଆଉ କ’ଣ କ’ଣ ଧୁଅ। ସବୁ ଧୁଅ, ହେଲେ ଆତ୍ମାକୁ କେମିତି ଧୋଇବା ? ଆମେ ପାପ କରିଛୁ, ପୂରା ଦୁନିଆ ପାପ କରିଛି ।’

ରାକ୍ଷୀ ଆହୁରି କହିଛନ୍ତି, “ଆପଣଙ୍କୁ କ’ଣ ଲାଗୁଛି ଏହି କରୋନା ଭାଇରସ୍‌ କେଉଁଠି ଆସିଥିବ ? ଏହା ଲୋକଙ୍କୁ ଉଚିତ୍‌ ଶିକ୍ଷା ଶିଖାଇବା ପାଇଁ ଆସିଛି । ଏବେବି ସମୟ ଅଛି ଭଗବାନଙ୍କ ଶରଣରେ ନିଜକୁ ସମର୍ପିତ କରି କରିଥିବା ପାପ ପାଇଁ କ୍ଷମା ମାଗନ୍ତୁ ।

https://www.instagram.com/p/B9qTHBOnJNM/

କରୋନା ଭାଇରସ୍‌ ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଖ୍ରୀଷ୍ଟିଆନ୍‌, ଧନୀ, ଗରିବ ସମସ୍ତଙ୍କୁ ଆକ୍ରାନ୍ତ କରୁଛି । ତେଣୁ ଦୟାକରି ଭଗବାନଙ୍କ ନିକଟରେ ନିଜକୁ ସରେଣ୍ଡର୍‌ କରନ୍ତୁ । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କୁ କେବେବି କରୋନା ଭାଇରସ୍‌ ଛୁଇଁ ପାରିବ ନାହିଁ ।”

Comments are closed.